
କାକଟପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସବଡ଼ିଭିଜନ ୩ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
କାକଟପୁର- ତା ୨୨ /୨ – ( ତୁଷାର ଦୀକ୍ଷିତ) – କାକଟପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସବଡ଼ିଭିଜନ ପକ୍ଷରୁ ଗୁରୁବାର ୩ ଗୋଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି l ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ବିଜୁ ସେତୁ ଯୋଜନାରେ ୭ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ପ୍ରାଚୀ ନଦୀର ପାଣିଛତ୍ର ଠାରେ ରାମେଶ୍ୱର ସେତୁ , ପ୍ରଧାନମନ୍ତ୍ରୀ ମିସିଙ୍ଗି ଲିଙ୍କି ଯୋଜନାରେ ୫ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଅସ୍ତରଙ୍ଗ ଭଉଁରୀଆ ନାଳ ସେତୁ ଓ ୧ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟରେ ଅସ୍ତରଙ୍ଗ ଗ୍ରାମ୍ୟ ଉନ୍ନୟନ ବିଭାଗ ସବଡ଼ିଭିଜନର ନୂତନ କାର୍ଯ୍ୟାଳୟ ଗୃହ କାର୍ଯ୍ୟ l କାକଟପୁର ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ମନ୍ତ୍ରୀ ତୁଷାର କାନ୍ତି ବେହେରା , ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ (ସ୍ୱାଧୀନ) କୁମାର ନାୟକ , ପୂର୍ବତନ ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ , ପ୍ରକଳ୍ପ ଗୁଡିକୁ ନଡ଼ିଆ ବାଡେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ, ନିମାପଡା ଗ୍ରାମ୍ୟଉନ୍ନୟନ ବିଭାଗ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ସତ୍ୟଜିତ ଦଳାଇ , କାକଟପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସବଡିଭିଜନର ଏସଡିଓ ତ୍ରିଲୋଚନ ପାତ୍ର , ଯନ୍ତ୍ରୀ ରଶ୍ମି ବେହେରା , କୃଷ୍ଣ ଚନ୍ଦ୍ର ତାଡ଼ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l