
ସୁହାଗପୁର ଗ୍ରାମପଞ୍ଚାୟତରେ ଆଉ ଥରେ ହବ ନିର୍ବାଚନ।
କାକଟପୁର:-୧୧/୦୩ (ତୁଷାର ଦୀକ୍ଷିତ ) କାକଟପୁର ବ୍ଳକ ସୁହାଗପୁର ଗ୍ରାମପଞ୍ଚାୟତରେ ହେବ ଫୁଣି ଥରେ ନିର୍ବାଚନ| ପୂର୍ବ ନିର୍ବାଚନରେ ସରପଞ୍ଚ ମିଥ୍ୟା ସତ୍ୟପାଠ ବଳରେ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରି ଜିତି ଥିବାରୁ ତାଙ୍କୁ ପୁରୀ ଜିଲ୍ଲା ମାନ୍ୟବର ନିମାପଡ଼ା ସିଭିଲ ଜଜ୍ କୋର୍ଟ (ଜୁନିୟର ବିଭାଗ) ଅଯୋଗ୍ୟ ଘୋଷିତ କରି ପୁନର୍ବାର ନିର୍ବାଚନ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି। ସୂଚନା ଅନୁଯାୟୀ ଗତ ୨୦୨୨ ମସିହା ପଞ୍ଚାୟତ ନିର୍ବାଚନରେ ସୁହାଗପୁର ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ପ୍ରାର୍ଥୀ ଓଡିଆ ଲେଖିବା ଓ ପଢିବା ଜାଣିଥିବା ନିଜ ସତ୍ୟପାଠରେ ଦର୍ଶାଇ ନିର୍ବାଚନ କମିଶନଙ୍କ ପାଖରେ ସତ୍ୟପାଠ ଦାଖଲ କରିଥିଲେ। ତାଙ୍କ ସତ୍ୟପାଠ ମିଥ୍ୟା ବୋଲି ସୁହାଗପୁର ଗ୍ରାମପଞ୍ଚାୟତର କୃପାସିନ୍ଧୁପୁର ଗ୍ରାମର ଶାନ୍ତିଲତା ମିଶ୍ର ମାନ୍ୟବର ନିମାପଡ଼ା ସିଭିଲ ଜଜ୍ କୋର୍ଟର ଦ୍ଵାରସ୍ଥ ହୋଇଥିଲେ। ବରିଷ୍ଠ ଆଇନଜୀବି ବାବନ ଚରଣ ନାୟକ ଉକ୍ତ ମିସ୍ କେସ୍ ନମ୍ବର -୪/୨୦୨୨କୁ ପରିଚାଳନା କରି ସରପଞ୍ଚ ଶେଖ ଅବୁତେହାର ମିଥ୍ୟା ସତ୍ୟପାଠ ବଳରେ ସରପଞ୍ଚ ପଦବୀ ପାଇଁ ହୋଇଥିବା ନିର୍ବାଚନରେ ଜିତିଥିବା ମାନ୍ୟବର ନିମାପଡ଼ା ସିଭିଲ ଜଜ୍ କୋର୍ଟ (ଜୁନିୟର ବିଭାଗ) ରେ ପ୍ରମାଣିତ କରିଥିଲେ ଯଦ୍ୱାରା ମାନ୍ୟବର କୋର୍ଟ ସରପଞ୍ଚଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରି ସେଠାରେ ପୁନଃର୍ବାର ନିର୍ବାଚନ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି। ଫଳରେ ସୁହାଗପୁର ଗ୍ରାମପଞ୍ଚାୟତରେ ପୁନର୍ବାର ନିର୍ବାଚନ ହେବ ବୋଲି ଏକ ପ୍ରକାର ସ୍ଥିର ହୋଇଯାଇଛି।