ଜୟ ମା କଟକ ଚଣ୍ଡୀ
ଜୟ ମା କଟକ ଚଣ୍ଡୀ… ସବୁଠି ପାର୍ବଣ ହେଉଥିଲେ ମଧ୍ୟ କଟକ ରେ ସ୍ବତନ୍ତ୍ର ଭାବରେ ସମସ୍ତ ଶକ୍ତି ପୀଠ ମାନଙ୍କରେ ୧୬ ବେଶ ସହ ନିଆରା ଢଙ୍ଗରେ ପାଳନ କରାଯାଇଥାଏ ମା’ଙ୍କ ଶାରଦୀୟ ପୂଜା। ବିଶେଷତଃ କଟକ ର ଆରାଧ୍ୟ ଦେବୀ ମା’ #କଟକଚଣ୍ଡୀ ଙ୍କ ପାଖରେ ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଦୀର୍ଘ ଷୋଳ ଦିନ ବ୍ୟାପୀ ଚାଲେ ସ୍ବତନ୍ତ୍ର ନୀତି କାନ୍ତି। ପବିତ୍ର #ମୂଳାଷ୍ଟମୀ ରେ ଦେବୀ ଙ୍କୁ ସହସ୍ର କୁମ୍ଭାଭିଷେକ କରାଯାଇ ରାଜରାଜେଶ୍ଵରୀ ବା ସୁନା ବେଶ ରେ ସଜ୍ଜାଇ ଦିଆଯାଇଥାଏ। ଦଶହରା ପର୍ଯ୍ୟନ୍ତ ଦେବୀ ଭିନ୍ନ ଭିନ୍ନ ବେଶରେ ସଜ୍ଜିତ ହୋଇ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି । ଘଣ୍ଟ ଘଣ୍ଟା ଯୋଡି ମହୁରୀ ନାଦରେ ପ୍ରକମ୍ପିତ ହୋଇ ଉଠେ ମନ୍ଦିର ପରିସର।