ଶଯ୍ୟାଶାୟୀ ସ୍ୱାମୀଙ୍କ ପାଇଁ ସ୍ତ୍ରୀଙ୍କ ସଂଘର୍ଷ
ପ୍ରେମ ଏମିତି ଏକ ଶବ୍ଦ ତାକୁ ଭାଷାରେ କହିବା ସମ୍ଭବ ନୁହେଁ। ଦୁଇଟି ପବିତ୍ର ଅତ୍ମା ର ମିଳନ ହେଇଛି ପ୍ରେମ, ଯାହାକି ଚିରନ୍ତନ ଏବଂ ଶାଶ୍ଵତ । ଏମିତି ଶାଶ୍ବତ ଭଲପାଇବାରେ ଜୀବନ ବିତି ଚାଲେ ସବୁ ସୁଖ ଦୁଃଖ ଭିତରେ। ଏମିତି କି ଏବେବି ଅନେକ ପରିଣତରେ ମଧ୍ୟ ନିଜ ଭଲପାଇବାକୁ ଉଦ୍ଜିବିତ କରିରଖିଛନ୍ତି। ସତ୍ୟବାଦୀ ବ୍ଲକ ପୁରୁଣା ବୁଢ଼ାକେରା ଗ୍ରାମ ର ଗନ୍ଧର୍ବ ପରିଡା ୪ବର୍ଷ ହେଲା ଶଯ୍ୟାଶାୟୀ ।ଫନି ବାତ୍ୟା ରେ ଗୁହାଳ ରୁ ଗାଈ ଙ୍କୁ ଫିଟେଇ ବାକୁ ଯାଇଥିବା ବେଳେ ଏକ ନଡ଼ିଆ ଗଛ ପଡିଯାଇଥିଲା ଘର ଉପରେ ସେ ଭିତରେ ଚିପି ହୋଇ ଦୁର୍ଘଟଣା ର ଶିକାର ହେଲେ। ଏମ୍ସ ରେ ଚିକିତ୍ସା ହେଇ ସୁସ୍ଥ ହେଇଥିଲେ କିନ୍ତୁ ଅଣ୍ଟା ଠୁ ଗୋଡ଼ ପର୍ଯ୍ୟନ୍ତ ଅକାମି ହେଇ ରହିଗଲା ।ଝାଡା ପରିଶ୍ରା ବି ଠିକ ଭାବରେ କରିପାରିନାହାନ୍ତି ସେ, ମାସକୁ ପ୍ରାୟ ୨୦୦୦ ଟଙ୍କା ର ଔଷଧ ଆବଶ୍ୟକ ରହିଛି ତାଙ୍କର ।ଘର ର ମୁରବି ରୋଗ ଶଯ୍ୟାରେ ପଡିଯିବାରୁ ଚଡକ ପଡିଥିଲା ପରିବାର ଉପରେ। ଆଗରୁ ବିଲଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ ଏବେ କିନ୍ତୁ ୪ପ୍ରାଣୀ କୁଟୁମ୍ବ ଭୋକ ଉପାସରେ ଜୀବନ ଅତିବାହିତ କରୁଛନ୍ତି। ବନ୍ଧୁ ବାନ୍ଧବ ଓ ଗାଁ ଗଣ୍ଡା ରୁ ଯାହା ସାହାଯ୍ୟ ମିଳୁଛି ସେଇଥିଲେ ଚଳୁଛନ୍ତି। ଏହି ଦୁଃଖ କଷ୍ଟ ଭିତରେ ପତ୍ନୀ ମନି ପରିଡା ହାରି ଯାଇନାହାନ୍ତି , କମି ନାହିଁ ତାଙ୍କ ସ୍ବାମୀଙ୍କ ପ୍ରତି ଭଲପାଇବା। ଶେଷରେ ସେ ଅଣ୍ଟା ଭିଡିଛନ୍ତି ପରିବାର ପୋଷିବା ପାଇଁ, ରୋଜଗାର କରି ସ୍ବାମୀଙ୍କୁ ଭଲ କରିବା ପାଇଁ। ଆରମ୍ଭ କରିଛନ୍ତି ବିରିବଡି ବ୍ୟବସାୟ ପାରିବାର ଚଳାଇବା ସହ ସ୍ୱାମୀ ଙ୍କ ଔଷଧ ଖର୍ଚ୍ଚ ପାଇଁ ବିରି ବଡି ପ୍ୟାକେଟ କରି ବିକ୍ରି କରୁଛନ୍ତି ଯାହା ସୁଖେ ଦୁଃଖେ ମିଳୁଛି ସେଇଥିଲେ ଚଳୁଛନ୍ତି। ସ୍ତ୍ରୀ ମନି ଙ୍କ ଉଦ୍ୟମ ଦେଖି ସ୍ବାମୀ ଗନ୍ଧର୍ବ ମଧ୍ୟ ଉତ୍ସାହିତ ଅଛନ୍ତି,ହଁ ସେ ଭଲ ହେବେ, ନିଜ ପୁଅ ଝିଅଙ୍କୁ ପାଠ ପଢ଼ାଇ ମଣିଷ କରିବେ। ଗୋଡ଼ ଅଚଳ ହେଲେ ମଧ୍ୟ ଖଟରେ ସୋଇ ରହି ସ୍ତ୍ରୀଙ୍କୁ ବଡି ପ୍ୟାକେଟରେ ସହଯୋଗ କରୁଛନ୍ତି। ଅପେକ୍ଷାରେ ତ ଅଛନ୍ତି ସରକାରୀ ସହାୟତା ପାଇଁ କିନ୍ତୁ ସ୍ତ୍ରୀଙ୍କ ଉଦଯୋଗ ଏବଂ ଭଲପାଇବା ମନୋବଳ ବଢ଼ାଇଛି ଗନ୍ଧର୍ବ.