ଗୋଆ ବେଳାଭୂମିରେ ବିଶାଳ ବାଲୁକା ଶିବ ମୂର୍ତ୍ତି କଲେ ପୁରୀର ମାନସ ସାହୂ
ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ମହାଶିବରାତ୍ରି ଉପଲକ୍ଷେ ଗୋଆ ର ମୀରାମ|ର ସମୁଦ୍ର ବେଳାଭୂମି ରେ ନିର୍ମାଣ କରିଛନ୍ତି ମହାଦେବ ଙ୍କ ବିଶାଳ ବାଲୁକା ମୂର୍ତ୍ତି | ଏହି ବାଲୁକା ମୂର୍ତ୍ତି ରେ ପ୍ରଭୁ ମହାଦେବ କୈଳାଶ ପର୍ବତ ଉପରେ ବସିଥିବାର ଦୃଶ୍ୟ ଦେଖାଇବା ସହିତ ନନ୍ଦୀ ଙ୍କ ର ଏକ ସୁନ୍ଦର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ | ଏହି ବାଲୁକା କଳା କୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ 10ଘଣ୍ଟା ସମୟ ଲାଗିଥିଲା | ଏହି ବାଲୁକା ମୂର୍ତ୍ତି ଟି 7ପୁଟ ଲମ୍ବା ଏବଂ 20ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ 20ଟନ ବାଲି ଉପଯୋଗ କରାଯାଇଛି | ଏଥିରେ “Happy Sivaratri ” ଏବଂ “World Peace” ର ବାର୍ତ୍ତା ଦେଇଛନ୍ତି | ଏହି ବାଲୁକା କଳା କୁ ଗୋଆ ମୁଖ୍ୟମନ୍ତ୍ରୀ ଡ୍ର. ପ୍ରମୋଦ ସାବନ୍ତ ଏବଂ ଯୋଗ ଗୁରୁ ଶ୍ରୀ ରାମଦେବ ଜୀ ଏହି ବାଲୁକା କଳା କୁ ଉଦଘାଟନ କରିଥିଲେ | ପ୍ରଭୁ ମହାଦେବ ଙ୍କ ବାଲୁକା କଳା ପାଖରେ ଆଳତି କରି ମାନସ ସାହୁ ଙ୍କୁ ଭୁରିଭୁରି ପ୍ରଶଂସା କରିଥିଲେ |