
ଦୀର୍ଘ ୨୭ବର୍ଷ ବ୍ୟବଧାନ ପରେ.ସାଙ୍ଗ ପାଁଈ ଦିନ ଟିଏ
କାକଟପୁର- ୧୯୯୫ମସିହାର ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦୀର୍ଘ ଦିନର ବ୍ୟବଧାନ ପରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ନୟାହାଟସ୍ଥ ସୁନ୍ଦରୀ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇ ଯାଉଛି। କିଶୋର ଅବସ୍ଥାରେ ଅଧ୍ୟୟନରତ ସ୍ମରଣୀୟ ସମୟ ଗୁଡିକର ରୋମନ୍ଥନ କରିବା ସହିତ ବର୍ତ୍ତମାନ କର୍ମମୟ ଜୀବନରେ ସାମୟିକ ଅବସର ବିନୋଦନ ଏହି କାର୍ଯ୍ୟକ୍ରମରେ ସ୍ଥାନିତ ହୋଇଥିଲା। ପୂର୍ବତନ ଛାତ୍ର ମାନସ ସାମଲ ବାସୁଦେବ ସାହୁ ସଞ୍ଜୟ ରାୟ ଦୀପକ ପାଲ ଅମୁଲ୍ୟ ସେନ ଆବାହନରେ ସମଭାବାପନ୍ନ କେତେକ ଛାତ୍ରଛାତ୍ରୀଙ୍କ ସହଯୋଗରେ ଆସନ୍ତା ୨୦୨୩ମସିହା ନୂତନ ବର୍ଷର ଜାନୁୟାରୀ ୧୫ତାରିଖରେ ସମସ୍ତ ପୂର୍ବତନ ସହପାଠୀ ମାନେ ନିଜନିଜର ନିଉକ୍ଳିୟର ପରିବାର ସହ କଲ୍ୟାଣ ମଣ୍ଡପରେ ଉପସ୍ଥିତ ରହି କିଶୋର/କିଶୋରୀ ଅବସ୍ଥାର ସମୟ ଓ ବର୍ତ୍ତମାନର ସମୟ ମଧ୍ୟରେ ଦୂରତାକୁ ହ୍ରାସ କରିବାକୁ ପ୍ରୟାସ କରିଥିବା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ସହପାଠୀ ଓ ଶିକ୍ଷାଦାତା ମାନଙ୍କ ମଧ୍ୟରୁ କାଳର କରାଳରେ ଯେଉଁମାନେ ଇତିହାସ ହୋଇଯାଇଛନ୍ତି, ସେମାନଙ୍କ ଆତ୍ମାର ସଦଗତି କାମନାକରି ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ଯଦିଓ ସହପାଠୀ ମାନଙ୍କ ମଧ୍ୟରେ ବୟସର ଛାପ ବାରିହୋଇ ପଡୁଥିଲା ତଥାପି ସମସ୍ତେ ଆଧୁନିକ ଗୀତ ଓ ବାଦ୍ୟର ତାଳେତାଳେ ନିଜକୁ ସାମୟିକ ଭାବେ ନିମଜ୍ଜିତ କରିଦେଇଥିଲେ।ଯେଉଟାକି ଆଗାମୀ ପିଢିର ଶିକ୍ଷାର୍ଥୀ ମାନଙ୍କ ପାଇଁ ଉଦାହରଣ ହୋଇଥିଲା। ଶେଷରେ ଆଗାମୀ ବର୍ଷର ଏଭଳି ଏକ ସମୟକୁ ଅପେକ୍ଷା କରି ନିଜନିଜ ମଧ୍ୟରେ ସଦ୍ଇଛା ବଣ୍ଟନ କରି ବିଦାୟ ନେଇଥିଲେ।