
16 ତମ ମହାବୀର କପ ଦିବା ରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ , ପାଟପୁର କ୍ରିକେଟ କ୍ଳବ ଚମ୍ପିୟାନ
କାକଟପୁର 30/1. ନିକଟସ୍ଥ ଧର୍ମଶାଳା ପଡିଆରେ 16 ତମ ମହାବୀର କପ ଦିବାରାତ୍ର କ୍ରିକେଟ ଟୁର୍ନାମେଣ୍ଟ ତିନିଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟ ରେ 16 ଟି ଦଳ ଅଂଶଗ୍ରହଣ କରିଥିଲେ l ଫାଇନାଲ ମ୍ୟାଚ ରେ (MDCC) ଓଲାଭର ଜଗତସିଂହପୁର କୁ ହରାଇ ( BCC) ପାଟପୁର ଚାମ୍ପିୟନ ହେଇଥିଲା.l ଆୟୋଜିତ ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଡ଼ଃ କେଦାର ନାଥ ଦୀକ୍ଷିତ, କାକଟପୁର ଗ୍ରାମପଂଚାୟତ ର ସରପଞ୍ଚ ଅଭୟ କୁମାର ସେଠୀ , ସରୋଜ ସାମଲ, ରତିକାନ୍ତ ବେହେରା,ସୂର୍ଯକାନ୍ତ ଦୀକ୍ଷିତ, କୈଳାଶ ଚନ୍ଦ୍ର ଦାସ, ପ୍ରଦୀପ୍ତ କୁମାର ଦୀକ୍ଷିତ ସଲିଳ ରଞ୍ଜନ ଦୀକ୍ଷିତ ପ୍ରମୁଖ ଯୋଗଦାନ ଦେଇ ଚମ୍ପିୟାନ ଦଳକୁ ଟ୍ରଫି ଓ ନଗଦ ଟଙ୍କା ଓ ରନର୍ସ ଦଳକୁ ଟ୍ରଫି ଓ ନଗଦ ଟଙ୍କା ପ୍ରଦାନ କରିଥିଲେ l ମାକାକେଟେଶ୍ୱରୀ ୟୁଥ କ୍ଲବ ର ଲିପୁ, ସୋନୁ, ଅମୁ, ଲାଲୁ, ଲଡୁ, ଲକି, ସିକୁନ, ରାଜୁଆ, ସଚିନ, କାହ୍ନା , ରାକନ, ଆଶିଷ, ପର୍ଶୁ, ବବୁଲ, ପ୍ରମୁଖ ସଭ୍ୟ ମାନେ ଖେଳ ପରିଚାଳନା ରେ ସହଯୋଗ କରିଥିଲେ