
କାକଟପୁର ଥାନାରେ ଯୋଗଦେଲେ ନୂତନ ଥାନାଧିକାରୀ ରଞ୍ଜନ ମଲ୍ଲକ
କାକଟପୁର ତା ୧/୬,ରଥଯାତ୍ରା ପୂର୍ବରୁ ପୁରୀ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀଙ୍କ କ୍ଷେତ୍ରରେ
ହୋଇଛି ଅଦଳବଦଳ।
୨୮.୫. ୨୩ରେ ଏନେଇ ପୁରୀ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କ ନିକଟରୁ ଚିଠି ନଂ୧୮୬୬ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । କୋଣାର୍କ ଥାନା ଅଧିକାରୀ
ରଞ୍ଜନ କୁମାର ମଲ୍ଲିକଙ୍କୁ କାକଟପୁର ଥାନାକୁ
ବଦଳି କରାଯାଇଛି। ଶ୍ରୀ ମଲ୍ଲିକ
କୋଣାର୍କ ଥାନାରେ ଚାରି ବର୍ଷ କାର୍ଯ୍ୟକାଳ ଭିତରେ ତାଙ୍କର ଆଇନ ଶୃଙ୍ଖଳା ବ୍ୟବସ୍ଥା, କୋଣାର୍କ ଅଞ୍ଚଳରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଓ ଉତ୍ତମ ବ୍ୟବହାର ପାଇଁ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ।
କିଛି ଅସାମାଜିକ ଯୁବକଙ୍କୁ ମଧ୍ୟ ନିଜର ଉତ୍ତମ ବ୍ୟବହାର ଯୋଗେ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାରେ ସହଯୋଗ କରିଥିଲେ l ସେ କାକଟପୁର ଥାନାରେ ଯୋଗଦେବା ଖବର ପ୍ରଚାରିତ ହେବାପରେ କାକଟପୁର ଜନସାଧାରଣ, ଗରିବ, ଖଟିଖିଆ ମାନେ ପ୍ରକୃତ ନ୍ୟାୟ ପାଇପାରିବେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି l ସେହିଭଳି କାକଟପୁର ଥାନା ଅଧିକାରୀ ପ୍ରିୟରଞ୍ଜନ ନାୟକଙ୍କୁ ଅରଖକୁଦ ଥାନାକୁ ଏବଂ ରାମଚଣ୍ଡୀ ଥାନାଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କାଙ୍କୁ ଅସ୍ତରଙ୍ଗ ଥାନାକୁ
ବଦଳି କରାଯାଇଛି