
ଅସ୍ତରଙ୍ଗ ଦେବୀ ନଦୀ ନିକଟରୁ ମୃତ ସିଟାସିଆନ ପ୍ରଜାତିର ଡଲଫିନ ଠାବ.
କାକଟପୁର (ତୁଷାର ରଞ୍ଜନ ଦୀକ୍ଷିତ ):-21/10:-ନୂଆଗଡ ଦେବୀ ନଦୀ ନିକଟରେ ମୃତସିଟାସିଆନ ପ୍ରଜାତିର ଡଲଫିନ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଲେ. ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନୂଆଗଡ ଜେଠି ରାସ୍ତା ପାର୍ଶ୍ୱବର୍ତ୍ତୀ ଦେବୀ ନଦୀରେ ମୃତ ସିଟାସିଆନପ୍ରଜାତିର ଡଲଫିନ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଛନ୍ତି. ଏହି ମୃତ ସିଟାସିଆନ ପ୍ରଜାତିର ଡଲଫିନି ଲମ୍ବ ୬ ଫୁଟ ୭ ଇଞ୍ଚି ହୋଇଥିବାର ଅନୁମାନ କରାଯାଉଥିବା ବେଳେ ସମୁଦ୍ର ଭିତରେ ଟ୍ରଲର ମାଡ଼ରେ ଡ଼ଲଫିନି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି. ସ୍ଥାନୀୟ ଲୋକ ଦେଖି ବନବିଭାଗ ଖବର ଦେଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ବନବିଭାଗ ପହଂଚି ଥିଲେ. ଘଟଣା ସ୍ଥଳରେ ବନବିଭାଗ ପହଂଚି ସମ୍ପୂର୍ଣ ଘଟଣା ନେଇ ତଦନ୍ତ କରୁଛନ୍ତି. ଯଦି ଡଲଫିନି ହୋଇଥାଏ କିପରି ମୃତ୍ୟୁ ହେଲା ପ୍ରକୃତ କାରଣ ଅନୁସନ୍ଧାନ କରିବ ବନବିଭାଗ. ମୃତସିଟାସିଆନ ପ୍ରଜାତିର ଡଲଫିନି ଲମ୍ବ ୬ ଫୁଟ୭ ଇଞ୍ଚି ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଏହାର ଓଜନ ଏକ କୁଇଣ୍ଟାଲ ହେବ ଯାହା ଜଣାପଡୁଛି. ଅନ୍ୟ ପଟେ ଅସ୍ତରଙ୍ଗ ନୂଆଗଡ ନିକଟରୁ ବିରଳସିଟାସିଆନ ପ୍ରଜାତିର ଡଲଫିନି ମୃତଦେହ ମିଳିବାକୁ ନେଇ ବୁଦ୍ଧିଜୀବି ଉଦୁବେଗ ପ୍ରକାଶ କରିଛନ୍ତି. ବିଶେଷ କରି ବେଆଇନି ଟ୍ରଲର ଉପରେ ପୋଲିସ, ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ଥିବା ବୁଦ୍ଧିଜୀବୀ ମତ ରଖିଛନ୍ତି. ଯାହା ଜଣାପଡୁଛି ଟ୍ରଲର ଲୁହା ବ୍ଲେଡ ରେ କଟିଯାଇ ସିଟାସିଆନ ପ୍ରଜାତିର ଡଲଫିନି ଙ୍କ ସହ କଇଁଛ ମୃତ୍ୟୁ ବରଣ କରୁଛନ୍ତି. ଭବିଷ୍ୟତ ରେ ଏପରି ନିରୀହ ଜୀବନ ଯିବା ପୂର୍ବରୁ ବନବିଭାଗ ଉଚିତ ପଦକ୍ଷେପ ଗ୍ରହଣ କରୁ ବୋଲି ସାଧାରଣ ଦାବି ହୋଇଛି