
କୁମାର ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ -ଜାଣନ୍ତୁ କେଉଁ ସମୟରେ କରିବେ ପୂଜା
କୁମାର ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ: ଜାଣନ୍ତୁ କେଉଁ ସମୟରେ କରିବେ ପୂଜା. ଚଳିତ ୨୮ ତାରିଖରେ ଅର୍ଥାତ୍ କୁମାର ପୂର୍ଣ୍ଣିମା ଦିନ ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ ଲାଗିବା ପାଇଁ ଯାଉଛି । ଏହି ଗ୍ରହଣର ଅବଧି ହେଉଛି ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ । ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି ୧ ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ସମୟ ହେଉଛି ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ରାତ୍ର ୨ଟା ୨୪ମିନିଟି ୨ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବନୀତି ନିଷିଦ୍ଧ ରହିବ । ପାକତ୍ୟାଗ ଅପରହ୍ନ ୪ ଟା ୪ ମିନିଟ୍ ୫୫ ସେକେଣ୍ତରୁ ଆରମ୍ଭ ହୋଇ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ତ ପର୍ଯ୍ୟନ୍ତ ରହିବ ।
ତେବେ କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଚନ୍ଦ୍ରପୂଜା ଏବଂ ଆଞ୍ଜୁଳି ଟେକିବାକୁ ନେଇ ଦ୍ୱନ୍ଦ ଲାଗି ରହିଛି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଅପରହ୍ନ ୪ ପୂର୍ବରୁ ଚାନ୍ଦ ପୂଜା କରାଯିବ । ସକାଳ ୫ ଟାରୁ ୫.୩୦ ମଧ୍ୟରେ ଆଞ୍ଜୁଳି ଟେକିବା ସମୟ ରହିଛି । ସେହିପରି ଅପରହ୍ନ ୪ ପୂର୍ବରୁ ଚାନ୍ଦ ପୂଜା କରିବାର ମୂହୁର୍ତ୍ତ ରହିଛି ।
ସେହିପରି କୁମାରପୂର୍ଣ୍ଣିମାର ଠିକ୍ ପରଦିନ ହବିଷ୍ୟାଳୀ ମାନେ ବ୍ରତ ସଙ୍କଳ୍ପ କରିବେ ଓ ସେହିଦିନ ଚକ୍ରରାଜ ସୁଦର୍ଶନ ମହାପ୍ରଭୁ ଚାରିଆଶ୍ରମ ବିଜେ କରିବେ । ୬ଟି ରାଶି ପାଇଁ ଏହି ଗ୍ରହଣ ଶୁଭ ଥିବାବେଳେ ୬ଟି ରାଶି ପାଇଁ ଅଶୁଭ ବୋଲି ଜ୍ୟୋତିର୍ବିଦ କହିଛନ୍ତି । ମିଥୁନ, ବିଛା, ଧନୁ , ମକର, କୁମ୍ଭ ଓ ମୀନ ପାଇଁ ଏହି ଗ୍ରହଣ ଶୁଭ ହୋଇଥିବା ବେଳେ ମେଷ, ବୃଷ, କର୍କଟ, ସିଂହ, କନ୍ୟା ଓ ତୁଳା ପାଇଁ ଏହା ଅଶୁଭ ବୋଲି ଜ୍ୟୋତିର୍ବିଦ କହିଛନ୍ତି ।
ଚନ୍ଦ୍ରଗ୍ରହଣ କେବଳ ପୂର୍ଣ୍ଣିମା ଦିନ ଲାଗିଥାଏ, ତେଣୁ ଏହି ଦିନ ଦାନ କରିବା ଉଚିତ୍ । ସେହିପରି କ୍ଷୀର, ଦହି କିମ୍ବା ଧଳା ପୋଷାକ ଆଦି ଧଳା ଜିନିଷ ଦାନ କରାଯିବା ଉଚିତ୍