
ତିନି ଦିନ ବ୍ୟାପି ମଙ୍ଗଳା ମନ୍ଦିର ପୂର୍ବ ଦ୍ୱାର ରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ
କାକଟପୁର( ତୁଷାର ଦୀକ୍ଷିତ ) 29/11 କାର୍ତିକ ପୂର୍ଣମୀ ଅବସରରେ ମା ମଙ୍ଗଳା ମନ୍ଦିର ପୂର୍ବ ଦ୍ୱାର ରେ ତିନି ଦିନ ବ୍ୟାପି ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି, ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ଏହି ଅଷ୍ଟପ୍ରହରୀ ନାମ ଯଜ୍ଞ କରାଯାଇଥିବା ବେଳେ ମନ୍ଦିର ର ପୂଜକ ସୁରେଶ ଚନ୍ଦ୍ର ତ୍ରିପାଠୀ ଙ୍କ ଦ୍ୱାରା ଅଙ୍କୁରା ରୋପଣ କରାଯାଇ ପବିତ୍ର ପ୍ରାଚୀ ନଦୀର ଘଣ୍ଟ ତୋଳା ତୁଠ ରୁ ସେବାୟତ, ତଥା ଅଷ୍ଟପ୍ରହରୀ ର କର୍ତା ନଳିନୀ କାନ୍ତ ଦୀକ୍ଷିତ, ବାପୁଜୀ ଦାସ ଙ୍କ ସମେତ ପାଞ୍ଚ ଜଣ ମାନସିକ ଧାରୀ ପାଣି ତୋଳିବା ପରେ ଅଷ୍ଟପ୍ରହରୀ ଆରମ୍ଭ କରାଯାଇଥିଲା, ହରେ କୃଷ୍ଣ ହରେ ରାମ ଗାଈ ଭକ୍ତ ମାନେ ସାମିଲ ହେବା ସହିତ ରାମ ନାମ ଗାଈ ଭକ୍ତ ମାନେ ବିମୋହିତ ହୋଇଥିଲେ, ଏହି କାର୍ଯ୍ୟକ୍ରମ କରିବା ପାଇଁ ମନ୍ଦିର ଟ୍ରଷ୍ଟବୋର୍ଡ ସମସ୍ତ ଆୟୋଜନ କରିଥିବା ବେଳେ ଦୀର୍ଘ ତିନି ଦିନ ଧରି ମନ୍ଦିରରେ ଅର୍ଣ୍ଣ କୋଟ କରାଯାଇ ଭକ୍ତ ମାନଙ୍କ ସହିତ ସମସ୍ତ ସେବାୟତ ମାନେ ଏହି ଅର୍ଣ୍ଣ କୋଟ ରେ ସାମିଲ ହୋଇ ଥିଲେ, ବରିଷ୍ଠ ସେବାୟତ ନଳିନୀ କାନ୍ତ ଦୀକ୍ଷିତ କୁହନ୍ତି ମା ଙ୍କ କାମ କରି ନିଜକୁ ଗର୍ବ ମନେ କରୁଛି ଏହି କାମ କରିବାକୁ ମୋତେ ବହୁତ ଭଲ ଲାଗେ ଏବଂ ଏହି କାମ କରିବା ଦ୍ୱାରା ମୋର ମାନସିକ ସବୁ ପୁର୍ଣ ହୋଇଛି, ଟ୍ରଷ୍ଟବୋର୍ଡ କାର୍ଯ୍ୟ ନିର୍ବାହୀ ଅଧିକାରୀ କୁହନ୍ତି ଏହି ଅଷ୍ଟପ୍ରହରୀ ନାମ ଯଜ୍ଞ ଦ୍ୱାରା ମନୁଷ୍ୟ ଇଶ୍ୱର ପ୍ରାପ୍ତି ହୋଇଥାଏ, ଏହି କାମରେ ସମସ୍ତେ କର୍ମ ଜଂଜାଳ ରୁ କିଛି କିଛି ସମୟ ବାହାର କରି ଇଶ୍ୱରଙ୍କ ନାମ ନେବା ନିତ୍ୟାନ୍ତ ଆବଶ୍ୟକ, ସମସ୍ତ ସେବାୟତ ମାନେ ମଧ୍ୟ ସାମିଲ ହୋଇ ହରେ କୃଷ୍ଣ ହରେ ରାମ ଜପିଥିଲେ ଏବଂ ଶେଷରେ କର୍ତା ନଳିନୀ କାନ୍ତ ଦୀକ୍ଷିତ ଠାକୁରଙ୍କୁ ଧରି ପ୍ରତି ସେବାୟତ ଘର ବୁଲି ଠାକୁରଙ୍କ ପାଦୁକା ଦେବା ପରେ ପରିବାର ର ଲୋକେ ଠାକୁରଙ୍କୁ ମୁଣ୍ଡିଆ ମାରି ନିଜ ପରିବାର ପାଇଁ ଶୁଭ ମନାସି ଥି