
ଯାତ୍ରୀବାହୀ ବସ ଉପରେ କଡା କାର୍ଯାନୁଷ୍ଠାନ ୫ଟି ମାମଲା ରୁଜୁ ୪୫୫୦୦ ଫାଇନ ଆଦାୟ
କାକଟପୁର-୨୩/୨/୨୦୨୪- (ତୁଷାର ଦୀକ୍ଷିତ) – ଗତକାଲି ପୁରୀ ଆଞ୍ଚଳିକ ପରିବହନ ବିଭାଗ ଓ କାକଟପୁର ପୋଲିସ ମିଳିତ ଭାବେ ବିଭିନ୍ନ ଯାତ୍ରୀବାହୀ ବସ ଗୁଡିକୁ ଯାଞ୍ଚ କରାଯାଇ ପରିମିଟ ଥାଇ ରୁଟ କୁ ଯାଉ ନ ଥିବା ବସ ଗୁଡିକ ଉପରେ ପରିବହନ ବିଭାଗ ପକ୍ଷରୁ କଡା କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ସହିତ ୫ ଗୋଟି ବସ ରୁ ୪୫୫୦୦ ଟଙ୍କା ଫାଇନ ଆଦାୟ କରାଯାଇଛି, ଗତ କିଛି ଦିନ ହେବ କିଛି ବସ ମାଲିକ ମାନେ ସେମାନଙ୍କର ପରିମିଟ ଅସ୍ତରଙ୍ଗ ଥିବା ବେଳେ ସେମାନେ ସେଠାକୁ ନ ଯାଇ କାକଟପୁର ରେ ବେ ଆଇନ ଭାବେ ରାତ୍ରି ଯାପନ କରୁଥିଲେ ଯାହା ଫଳରେ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇ ଆସୁଥିଲା ଅଭିଯୋଗ ପାଇ ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଓ କାକଟପୁର ଥାନା ଆଇ ଆଇ ସି ଉମେଶ ଚନ୍ଦ୍ର ସାହୂ ବସ ଗୁଡିକୁ ଯାଞ୍ଚ କରି ୫ ଗୋଟି ବସ ରୁ ୪୫୫୦୦ ଟଙ୍କା ଫାଇନ ବାବଦକୁ ଆଦାୟ କରିଛନ୍ତି, ଅପର ପକ୍ଷରେ ଯାତ୍ରୀବାହୀ ବସ ମାଲିକ ମାନଙ୍କୁ କଡା ତାଗିଦ କରାଯିବା ସହିତ ନିର୍ଦ୍ଧାରିତ ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିଲେ ପରିମିଟ କୁ ରଦ୍ଦ କରାଯିବ ବୋଲି ବିଭାଗୀୟ ଅଧିକାରୀ ଙ୍କ ପାଖରୁ ସୂଚନା ମିଳିଛି,