

ସତ୍ୟବାଦୀ : ତା ୧.୫.୨୪ (ଶାଶ୍ଵତ ଟିଭି) – ସତ୍ୟବାଦୀ ଠାରେ ନବ ନିର୍ମିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ ଚଳିତ ଶିକ୍ଷାବର୍ଷ ଠାରୁ ଆରମ୍ଭ ହୋଇଛି ଛାତ୍ର ଛାତ୍ରୀ ଙ୍କ ପାଠ ପଢ଼ା। ପାଠ ପଢ଼ାକୁ ଏକବର୍ଷ ନ ପୁରୁଣୁ ଦେଖା ଦେଇଛି ଅନେକ ସମସ୍ୟା ଏବଂ ଅସନ୍ତୋଷ । ଅଧ୍ୟାପକ ମାନଙ୍କ ବାରମ୍ବାର ବଦଳି ସାଙ୍ଗକୁ ହଷ୍ଟେଲ ରହିବା, ଖାଇବାର ରେ ମଧ୍ୟ ଅନେକ ସମସ୍ୟାକୁ ନେଇ ଅଭିଯୋଗ ଆଣିଛନ୍ତି ଛାତ୍ର ଛାତ୍ରୀ ତା ସହିତ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଶ୍ଵବିଦ୍ୟାଳୟରୁ ବଦଳୀ ହୋଇଥିବା ପ୍ରାକୃତିକ ଭାଷା ସଂଶାଧନ ବିଭାଗର ଅଧ୍ୟାପକ ଅନନ୍ତ କିଶୋର ଜେନାଙ୍କୁ ପୁନର୍ବାର ନ ଫେରାଇ ଆଣିବା ପର୍ୟ୍ୟନ୍ତ ଛାତ୍ର ଛାତ୍ରୀ ଙ୍କ ଆନ୍ଦୋଳନ ଜାରି ରହିବ ବୋଲି ଦାବି ରହିଛି