
ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଫିସ ରୁ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଚୋରି
କାକଟପୁର- ତା ୧୩/୬, ( ତୁଷାର ଦୀକ୍ଷିତ ) – କାକଟପୁର ଥାନା ଅଧିନସ୍ଥ ତହସିଲ ନିକଟସ୍ଥ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ ରୁ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହିତ କମ୍ପ୍ୟୁଟର, ଫ୍ୟାନ ସମେତ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଚୋରି ହୋଇଥିବା କାକଟପୁର ସେକ୍ସନ -୨ ର କନିଷ୍ଠ ଯନ୍ତ୍ରୀ ତନୁଜା ପ୍ରିୟଦର୍ଶିନୀ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ରୁ ମିଳିଥିବା ସୂଚନା ଅନୁଯାଇ ଉକ୍ତ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ଅସୁସ୍ଥ ହୋଇ ଗତ ୨ ବର୍ଷ ହେବ ଘରେ ରହୁଥିବାବେଳେ ଗତ ଚାରି ମାସ ହେଵ ନୂତନ ଭାବେ ସେକ୍ସନ -୧ କନିଷ୍ଠ ଯନ୍ତ୍ରୀ ତନୁଜା ପ୍ରିୟଦର୍ଶିନୀ ଦାୟିତ୍ୱ ନେଇଛନ୍ତି l ସେ ନିର୍ବାଚନ ଡ୍ୟୁଟି ସାରି କାର୍ଯାଳୟ ଆସି ଦେଖନ୍ତି ତ କୌଣସି ଦୁର୍ବୁତ୍ତ ଅଫିସ ର ତାଲା ଭାଙ୍ଗି କମ୍ପ୍ୟୁଟର, ଫ୍ୟାନ ସମେତ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଚୋରି ହୋଇଯାଇଛି l ଚୋରି ଜିନିଷ ମଧ୍ୟରେ ୧୫ ଏଚପି ପମ୍ପ ୪ ସେଟ,୭.୫ ଏଚପି ପମ୍ପ ୬ ସେଟ,5ଏଚପି ମୋଟର ୧ ସେଟ, ୩.୫ ଏଚ ପି ମୋଟର ୧ ସେଟ, କଣ୍ଟ୍ରୋଲ ପ୍ୟାନେଲ ୨ ସେଟ,ଚେନ ପୁଲ୍ଲି ୨ ଟା, ଫ୍ୟାନ ୨ ଟା, କମ୍ପ୍ୟୁଟର ୧ ସେଟ ଚୋରି ହୋଇଥିବା କନିଷ୍ଠ ଯନ୍ତ୍ରୀ ଅଭିଯୋଗ କରିଛନ୍ତି l ଏସବୁ ପରେ ଅନ୍ୟ ଗୋଦାମ ଘର ଚାବି ଭଙ୍ଗାଯାଇଥିଲେ ମଧ୍ୟ ଚୋରି ଜିନିଷ ର ଆକଳନ କରାଯାଇ ପାରୁନାହିଁ l ଏହି କାର୍ଯ୍ୟାଳୟ ଆରମ୍ଭ ହେବା ଦିନଠାରୁ ମୋଟ ୧୦ ଜଣ କର୍ମଚାରୀ ଥିଲେ l କିନ୍ତୁ ବର୍ତମାନ କେବଳ ଜଣେ କର୍ମଚାରୀ ଏହାକୁ ତଦାରଖ କରୁଛନ୍ତି l ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ରହୁଥିବା ବେଳେ ରାତ୍ର ଜଗୁଆଳି ନ ରହିବା ସାଧାରଣ ରେ ବିସ୍ମୟ ସୃଷ୍ଟି କରିଛି l କାର୍ଯ୍ୟାଳୟ ଟି ବର୍ତ୍ତମାନ ଭୁତକୋଠୀର ପରିଣତ ହୋଇଥିବା ବେଳେ ଦିନରେ ମଧ୍ୟ କାର୍ଯ୍ୟାଳୟ କୁ ଯିବାପାଇଁ ଅଧିକାରୀ ମାନେ ଭୟ କରୁଛନ୍ତି l କାକଟପୁର ଥାନା ପକ୍ଷରୁ ତଦନ୍ତ କରାଯାଉଥିବା ବେଳେ ଏହା କୌଣସି ତଳିଆ କର୍ମଚାରୀ ଙ୍କ କାର୍ଯ୍ୟ ହୋଇଥାଇପାରେ ବୋଲି ଶୁଣିବାଳୁ ମିଳୁଛି l