
କାକଟପୁର ଥାନାରେ ଯୋଗଦେଲେ ପୂର୍ବତନ ଆଇଆଇସି ଉମେଶ ସାହୁ
କାକଟପୁର ତା ୧୩/୧୧,
( ତୁଷାର ଦୀକ୍ଷିତ )
କାକଟପୁର ଥାନାରେ ଗତ ୮ ମାସ ପୂର୍ବରୁ ପୁରୀଜିଲ୍ଲା ସତ୍ୟବାଦୀ ଥାନାକୁ ବଦଳି ହୋଇଯାଇଥିବା ପୂର୍ବତନ ଆଇଆଇସି ଉମେଶ ଚନ୍ଦ୍ର ସାହୁ ପୁଣି ଥରେ ବୁଧବାର ଦିନ କାକଟପୁର ଥାନାରେ ଯୋଗଦେଇଛନ୍ତି l ଆଇଆଇସି ଶ୍ରୀ ସାହୁଙ୍କ ଯୋଗଦାନ ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି l ଶ୍ରୀ ସାହୁଙ୍କ କାର୍ଯ୍ୟକାଳ ସମୟରେ ଆଇନି ଶୃଙ୍ଖଳା ସୁବ୍ୟବସ୍ଥିତ ହୋଇଥିବାବେଳେ ମହିଳା ଓ ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଉଥିଲେ l ଏବେ ପୁଣି ଥରେ କାକଟପୁର ଥାନାର ଆଇଆଇସି ଭାବେ ଯୋଗ ଦେବା ପରେ କେତେକ ଅଭ୍ୟାସଗତ ଅପରାଧୀଙ୍କ ମନରେ ଛନକା ପଶିଛି l ଏ ସଂକ୍ରାନ୍ତରେ ଆଇଆଇସି ଶ୍ରୀ ସାହୁଙ୍କୁ ପଚାରିବାରେ କାକଟପୁର ଏକ ଶାନ୍ତି ପ୍ରିୟ ଅଞ୍ଚଳ, ଏଠାରେ କୌଣସି ଅପରାଧିକ କାର୍ଯ୍ୟକଳାପ କୁ ପ୍ରଶୟ ଦିଆଯିବ ନାହିଁ ବୋଲି ସେ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଥିଲେ l