
ପାଳିତ ହେଲା ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୦୩ ତମ ସାକ୍ଷୀଗୋପାଳ ଆଗମନୀ ସ୍ମୃତି ମହୋତ୍ସବ
ତା ୨୮/୦୧/୨୦୨୫ରିଖ : ସାକ୍ଷୀଗୋପାଳ- ଆଜି ସାକ୍ଷୀଗୋପାଳ ସତସଙ୍ଗ ବିହାର ଆନୁକୁଲ୍ୟରେ , ଆଞ୍ଚଳିକ ସତସଙ୍ଗୀ ଓ କର୍ମୀମାନଙ୍କ ସହାୟତାରେ ପାଳିତ ହୋଇଯାଇଛି ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୦୩ ତମ ସାକ୍ଷୀଗୋପାଳ ଆଗମନୀ ତଥା ସପ୍ତଦଶ ବାର୍ଷିକ ଶ୍ରୀମନ୍ଦିର ଉଦବୋଧନ ସ୍ମୃତି ମହୋତ୍ସବ । ପ୍ରତ୍ୟୁଷରେ ବେଦ ମାଙ୍ଗଳିକ ପରେପରେ,ଉଷା କୀର୍ତ୍ତନ, ତାପରେ ଉଷା ବିନତୀ ପ୍ରାର୍ଥନା ଏବଂ ଗ୍ରନ୍ଥ ପାଠ କରାଯାଇଥିଲା। ତତ୍ପରେ ପୁରୀ ଠାରୁ ଆଗତ ରଥାରୂଢ ଶ୍ରୀ ଶ୍ରୀ ଠାକୁରଙ୍କର ଶୋଭାଯାତ୍ରା ସହ ନଗର ପରିକ୍ରମା ହୋଇଥିଲା।
ସତସଙ୍ଗ ବିହାର ଆନୁକୁଲ୍ୟରେ ସତସଙ୍ଗ ପୂର୍ବରୁ ଆୟୋଜିତ ହୋଇଥିଲା ଭଜନାଞ୍ଜଳି କାର୍ଯ୍ୟକ୍ରମ। ଭଜନାଞ୍ଜଳି କାର୍ଯ୍ୟକ୍ରମ ପରେ ପରେ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ଡମ୍ବୁରୁଧର ଦାସଙ୍କ ପୌରହିତ୍ୟରେ ସତସଙ୍ଗ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ପ୍ରାୟ ୨୦୦୦ରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା।
ସତସଙ୍ଗରେ ବିନତୀ ପ୍ରାର୍ଥନା ପରେ ପରେ ସୁରେଶ ଭାଇଙ୍କ ଦ୍ଵାରା ସତ୍ୟାନୁସରଣ ପାଠ କରାଯାଇଥିଲା ଏବଂ ତତ୍ପରେ ସ୍ମରଣିକା ତପୋଦୀପାଳି ର ଉନ୍ମୋଚନ ହୋଇଥିଲା ।
ତତ୍ପରେ ମିନାକୁମାରୀ ମା , ପ୍ରଶନ୍ନ କୁମାର ନାୟକ, ଶାଶ୍ଵତୀ, ଗାୟତ୍ରୀ ମା ଏବଂ ବନ୍ଦନା ମାଙ୍କ ଦ୍ବାରା ଭଜନ ଓ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ବୈରାଗୀ ଚରଣ ସାହୁ ଙ୍କ ଦ୍ବାରା କୋରସ ଗାନ କରାଯାଇଥିଲା। ତତ୍ପରେ ଶ୍ରୀ ବିନ୍ଦୁସାଗର ଗାଙ୍ଗୁଲୀ କୀର୍ତ୍ତନ ପରିବେଷଣ କରିଥିଲେ। ସତସଙ୍ଗ ରେ ଭଜନ, କୀର୍ତ୍ତନ ଏବଂ କୋରସ ବେସ୍ ମନମୁଗ୍ଧକର ଥିଲା।
ପରେ ପରେ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ନିରଞ୍ଜନ ବେହେରା ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହାପରେ ମୁଖ୍ୟ ବକ୍ତା ରୁପେ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ଶ୍ରୀଧରସୁନ୍ଦର ମିଶ୍ର ଓ ଶ୍ରୀଯୁକ୍ତ ହୃଷୀକେଶ ସେନାପତି ଏବଂ ଶ୍ରୀ ସୁକାନ୍ତ କୁମାର ନାୟକ, ନିଜର ଅନୁଭୁତିର କଥା କହିବା ସହିତ ଠାକୁରଙ୍କ ମାର୍ଗରେ ନିଜକୁ ପରିଚାଳିତ କରିବା ପାଇଁ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ।
ସର୍ବଶେଷରେ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ବୈରାଗୀ ଚରଣ ସାହୁ ଛଡାରଗାନ କରିଥିଲେ ଓ ଶ୍ରୀ ପ୍ରହଲ୍ଲାଦ ଘଟୁଆରୀ ବନ୍ଦେପୁରୁଷୋତ୍ତମ ଧ୍ୱନି ଦେଇଥିଲେ। ଏହା ସହ ସମାପନ ହୋଇଥିଲା ସତସଙ୍ଗ କାର୍ଯକ୍ରମ । ଭକ୍ତମାନଙ୍କ ମଧ୍ୟରେ ସତସଙ୍ଗ ପ୍ରତି ଏକ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା। ସତସଙ୍ଗ ପରେ ପରେ ଭକ୍ତମାନେ ଆନନ୍ଦବଜାର ରେ ପ୍ରସାଦ ସେବନ କରି ଶ୍ରୀ ଶ୍ରୀ ଠାକୁର ଙ୍କର ଭାବଧାରା କୁ ସାଙ୍ଗରେ ନେଇ ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ।
ଏହି ମହୋତ୍ସବରେ ସତ୍ୟବାଦୀ ସତସଙ୍ଗ କେନ୍ଦ୍ରର କର୍ମୀ ସର୍ବଶ୍ରୀ, ରାଧେଶ୍ୟାମ ମିଶ୍ର, ଉଦୟନାଥ ମିଶ୍ର, ହରେକୃଷ୍ଣ ମହାନ୍ତି, ନଗେନ୍ କୁମାର ମହାନ୍ତି, ପ୍ରହଲ୍ଲାଦ ଘଟୁଆରୀ, ଭ୍ରମର ସ୍ଵାଇଁ, ଶିଶିର ମିଶ୍ର, ଦୁର୍ଗାପ୍ରସାଦ ପତି, ବିଜୟ ବିଶ୍ବାଳ, ଶିଶିର ପରିଡା, ସୁଦର୍ଶନ ମହାପାତ୍ର, ଦିଲୀପ ମିଶ୍ର, ଅପିନ୍ଦ୍ର ସ୍ବାଇଁ, ହରିହର ନନ୍ଦ, ଏବଂ ପୂର୍ଣ୍ଣଚନ୍ଦ୍ର ବରାଳ ସହଯୋଗ କରିଥିଲେ।