
ଶଙ୍ଖ, ହରିବୋଲ, ହୁଳହୁଳି ରେ ସାରିଲା ପ୍ରାଚୀ ଆଳତୀ
କାକଟପୁର ୧୨/୨ :- ( ତୁଷାର ଦୀକ୍ଷିତ ) ପୁରାଣ କୁହେ ଗଙ୍ଗା ଠାରୁ ଶହେ ବର୍ଷ ପୁରାତନ ପୁଣ୍ୟାତ୍ୱୟl ପ୍ରାଚୀ ଦିନ ଥିଲା ସାଧବ ପୁଅ ମାନେ ନୌବବାଣିଜ୍ୟ କରିବାକୁ ଏଇ ପ୍ରାଚୀ ନଦୀ ଦେଇ ସିଂହଳ, ଜାଭା, ସୁମିତ୍ରା ଯାଉଥିଲେ, ହେଲେ ଆଉ ସେ ଦିନ ନାହିଁ ସଂକୀର୍ଣ୍ଣ ହୋଇ ଯାଇଛି ପ୍ରାଚୀନଦୀ ହେଲେ ଆଜି ବି ସେଇ ପୁର୍ଣତୋୟା ପ୍ରାଚୀର ଆଳତୀ କରିବାକୁ କିଛି ସେବକ ଓ ସ୍ଥାନୀୟ ଗ୍ରାମ ବାସି ମାଘ ପୁର୍ଣିମା ସନ୍ଧ୍ୟା ରେ ପୂର୍ଣ୍ଣ ରୀତିନୀତି ରେ ମା ମଙ୍ଗଳା ଙ୍କ ସନ୍ଧ୍ୟା ଆଳତୀ ପରେ ସଂକୀର୍ତନ ମଣ୍ଡଳୀ ଦ୍ୱାରା ମା ମଙ୍ଗଳା ଙ୍କ ଆଜ୍ଞା ମାଳ ଆଣିଲା ପରେ ବେଦ ପାଠ କରାଯାଇ ଆଳତୀରେ ଅଗ୍ନି ସଂଯୋଗ ହୋଇଥିଲା. ଏହି କାର୍ଯ୍ୟକ୍ରମ ଅମୂଣିହାଁ ପାଟଣା ର ବ୍ରଜ ବନ୍ଧୁ ସାହୂ ଙ୍କ ପ୍ରତ୍ୟେକ ତତ୍ତବଧାନରେ ସମାପନ ହୋଇ ଯାଇଛି l

କାକଟପୁର ବାସିନୀ ମା ମଙ୍ଗଳା ଙ୍କ ଆବିର୍ଭାବ ସ୍ଥଳ ପ୍ରାଚୀ ନଦୀ ର ଘଣ୍ଟତୋଳା ତୁଠ ଠାରେ ସେବାୟତ ନିଯୋଗୀ, ମନ୍ଦିର ପ୍ରଶାସନ, ଓ ଜଗନ୍ନାଥ ସଂସ୍କୃତି ପ୍ରଚାରକ ସତ୍ୟାନନ୍ଦ ଦାଶ ମହାରାଜ ଙ୍କ ମିଳିତ ସହଯୋଗ ରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଏହି ପ୍ରାଚୀଆଳତୀ ଅନୁଷ୍ଠିତ ହୋଇଯାଇଛି l ମନ୍ଦିର ପୁରୋହିତ ସୁରେଶ ଚନ୍ଦ୍ର ଙ୍କ ବେଦ ଉଚ୍ଚାରଣ ସହିତ ପୂଜlପଣ୍ଡା ଲଳିତ ମୋହନ ଦୀକ୍ଷିତ, ରଘୁନାଥ ଦୀକ୍ଷିତ, ତପନ ଦୀକ୍ଷିତ, ସମ୍ମୁହ ଙ୍କ ମନ୍ତ୍ରପାଠ ରେ ଆଳତୀ ସମ୍ପୂର୍ଣ ହୋଇଥିବା ବେଳେ ଶାନ୍ତନୁ ଦୀକ୍ଷିତ, ରଞ୍ଜନ ଦୀକ୍ଷିତ, ମାନସ ଦୀକ୍ଷିତ, ସୁମନ୍ତ ପାଢ଼ୀ ଙ୍କ ସମେତ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଦାଶ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l ପ୍ରାଚୀ କୂଳ ଏକ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା,