Skip to content
Friday April 24, 2026
Saswat Television & Entertainment Saswat Television & Entertainment
  • News
    • Important News
    • Video News
    • Devotional
    • CRIME
    • SOCIAL
    • Employment
  • HEALTH
  • Politics
  • Sports
  • Culture & Tradition
  • Knowledge and Science
  • Education
  1. Home
  2. Important News
  3. ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଦାବି।
 ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଦାବି।
whatsapp image 2025 12 04 at 19.03.33 c37403de
Important News

ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଦାବି।

December 4, 2025 145 0 Comment

ନୟାଗଡ଼,ତା-୪.୧୨.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ -ଜୟ ନୟାଗଡ଼ ଫାଉଣ୍ଡେସନ ତରଫରୁ ନୟାଗଡ଼ର ବୁଦ୍ଧିଜୀବି ଓ ସାମ୍ବାଦିକମାନଙ୍କ ଉପସ୍ଥିତିରେ ନୟାଗଡ଼ ସଦର ମହକୁମାରେ ନୟାଗଡ଼ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ପ୍ଲାକାର୍ଡ ମାଧ୍ୟମରେ ପ୍ରତୀକାତ୍ମକ ସଚେତନ କରାଯାଇଅଛି।

whatsapp image 2025 12 04 at 19.03.57 44746cb5

ଏହି କାର୍ଯ୍ୟକ୍ରମରେ ସଂଗଠନର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦ୍ , ସମାଜସେବୀ ଗୋଦାବରୀଶ ସାହୁ, ଆଇନଜିବୀ ମନୋଜ ସାହୁ, ଶ୍ରୀଧର ପ୍ରଧାନ, ସଂଗଠନର ସଂଯୋଜକ ଶ୍ରିତମ କୁମାର ପ୍ରଧାନ, ସାମ୍ବାଦିକ ରାମକୃଷ୍ଣ ରଥ, ଛାତ୍ର ସଂଗଠକ ଶିବରଂଜନ ସାହୁ ପ୍ରମୁଖ ନୟାଗଡ଼ ସଦର ମହକୁମାରେ ନୟାଗଡ଼ ମେଡିକାଲ କଲେଜର ପ୍ରତିଷ୍ଠା କଣ ପାଇଁ ଆବଶ୍ୟକ ସେ ବିଷୟରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ନୟାଗଡ଼ ସଦର ମହକୁମାରୁ ଯେଉଁଭଳି ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ଚାନ୍ଦପୁରଠାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ଚକ୍ରାନ୍ତ ଚାଲିଛି, ତାହା ଚିନ୍ତାଜନକ। ଭୌଗୋଳିକ ଦୃଷ୍ଟିକୋଣରୁ ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ସ୍ଥାପନ ହେଲେ ନୟାଗଡ଼ର ଆଠ ଗୋଟି ବ୍ଲକର ଜନସାଧାରଣ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇପାରିବେ। ସରକାରୀ ଘୋଷଣା ଅନୁଯାୟୀ ମେଡିକାଲ କଲେଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ତା ଆଖପାଖରେ କରିବା ନେଇ ନିୟମ ରହିଅଛି। କିନ୍ତୁ ନୟାଗଡ଼ର ଏକ କୋଣରେ ଥିବା ଚାନ୍ଦପୁରରେ ମେଡିକାଲ କଲେଜ ହେଲେ ନୟାଗଡ଼ ଲୋକ ସ୍ୱାସ୍ଥ୍ୟସେବା ପାଇବାକୁ ଅସମର୍ଥ ହେବେ ‌। ତାହା କେବଳ ଗୋଟିଏ ବ୍ଲକ ଲାଭବାନ ହେବ, ମୁଖ୍ୟତଃ ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ଲୋକମାନେ ଉପକୃତ ହେବେ। ନୟାଗଡ଼ିଆ ସେହିଭଳି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅବହେଳିତ ହୋଇରହିବେ। ସରକାରକୁ ସଚେତନ କରିବାକୁ ଯାଇ ଜୟ ନୟାଗଡ଼ ଫାଉଣ୍ଡେସନର ଏହି କାର୍ଯ୍ୟକୁ ସମସ୍ତ ରାଜନୈତିକ ଦଳ, ବୁଦ୍ଧିଜୀବି, ଆଇନଜୀବି, ସିବିଲ ସୋସାଇଟି, ସିନିଅର ସିଟିଜେନ କ୍ଲବ, ଜିଲ୍ଲା ସାମ୍ବାଦିକ ସଙ୍ଘ ଭଳି ଜିଲ୍ଲାର ଅଗ୍ରଣୀ ସଂଗଠନମାନେ ସମର୍ଥନ କରିଅଛନ୍ତି। ସର୍ବଶେଷରେ ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦ ସମସ୍ତ ଉପସ୍ଥିତ ନୟାଗଡ଼ିଆ, ସାମ୍ବାଦିକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ସଂଯୋଜକ ଅମ୍ଳାନ ଅଂଶୁମାନ ସାହୁ, ସୁଶୀଲ କୁମାର ସାହୁ, ମଲ୍ଲିକ ମହମ୍ମଦ ମୁବାସିର, ଜୀବନ ଜ୍ୟୋତିପ୍ରକାଶ, ଓଁ ପ୍ରସାଦ ପ୍ରଧାନ, ପ୍ରତ୍ୟୁଷ କୁମାର ସାହୁ, ଶୁଭମ କୁମାର ସଲ, ରାକେଶ କୁମାର ସିଠ ପ୍ରମୁଖ ଯୋଗଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY
Previous post
Next post
english
Saswat Television & Entertainment Saswat Television & Entertainment

+91 81444 94845

digital@saswattv.in

Saswat Tv

About Us
Work With Us
Contact
Disclaimer
Privacy Policy

News Categories

  • Health
  • Knowledge and Science
  • Politics
  • Weather
  • Employment
  • Entertainment
  • Education
  • Condolence

Social Networks

Download app:

Latest news

  • National Brahmana Conference Concludes in Bhubaneswar; Major Resolutions Adopted
    25 Mar 2026 Important News
  • Puri Police Intensify Security and Surveillance Ahead of Hon’ble President’s Visit
    30 Jan 2026 Important News
  • Blood Donation Camp Organised on Netaji Jayanti in Cuttack; Veteran Philanthropists Felicitated
    29 Jan 2026 Important News
  • 39th All Odisha Divine Life Society Spiritual Conference to Be Held in Cuttack
    29 Jan 2026 Important News
  • Illegal Cough Syrup Trade in Puri DistrictMajor Success in One Day 650 Bottles of ESKUF Cough Syrup Seized
    19 Jan 2026 Important News
Copyright 2026. All Right Reserved. Saswat Television & Entertainment