
୩୫ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ,ଜୁଭେନାଇଲ ସ୍ପୋର୍ଟିଂକୁ ହରାଇ ରାମେଶ୍ୱର ସ୍ପୋର୍ଟିଂ ଫାଇନାଲରେ,
କାକଟପୁର ତା ୩୦/୧୨/୨୦୨୪ ,( ତୁଷାର ଦୀକ୍ଷିତ ) ରାଜ୍ୟସ୍ତରୀୟ ମଙ୍ଗଳା କ୍ରିକେଟ କପ ର ଆଜି ଥିଲା ଦ୍ଵିତୀୟ ସେମିଫାଇନାଲ ମ୍ୟାଚ. ପ୍ରଥମେ ଜୁଭେନାଇଲ ସ୍ପୋର୍ଟଂ କଟକ ଟସ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା l ନିର୍ଦ୍ଦାରୀତ 25 ଓଭରରେ 8 ଉଇକେଟ ହରାଇ ଜୁଭେନାଇଲ ସ୍ପୋର୍ଟିଂ 125 ରନ ସଂଗ୍ରହ କରିଥିଲା l ରାମେଶ୍ୱର ସ୍ପୋର୍ଟିଂ ପକ୍ଷରୁ ଆଶୁତୋଷ ନାୟକ ଓ ବିଶ୍ୱଜିତ ମଲ୍ଲିକ ୨ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ l ଜବାବରେ ରାମେଶ୍ୱର ସ୍ପୋର୍ଟିଂ 21 ଓଭରରେ 6 ଉଇକେଟ ହରାଇ ବିଜୟ ଲାଭ କରିବା ସହିତ ଫାଇନାଲ ମ୍ୟାଚକୁ ଉନ୍ନୀତ ହୋଇଥିଲା l ଦଳ ପକ୍ଷରୁ ଅଭିଷେକ ନାଥ 36 ବଲ ରେ 40 ରନ କରି ମ୍ୟାନ ଅଫ ଦି ମ୍ୟାଚ ଆଖ୍ୟା ଅର୍ଜନ କରିଥିଲେ l ଆସନ୍ତା ଜାନୁଆରୀ ୫ ତାରିଖରେ ରାମେଶ୍ୱର ସ୍ପୋର୍ଟିଂ ଭୁବନେଶ୍ୱର ଏବଂ ଆଲଫା ସ୍ପୋର୍ଟଂ ବ୍ରହ୍ଣପୁର ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ଆୟୋଜକ କ୍ଲବର ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତ ପ୍ରକାଶ କରିଛନ୍ତି l ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ କାକଟପୁର ଜାହାନ ପବ୍ଲିକ ସ୍କୁଲର ନିର୍ଦ୍ଦେଶିକା ସୁମିତ୍ରା ଘୋଷ ଏବଂ କାକଟପୁର ପ୍ରେସ କ୍ଲବର ସମ୍ପାଦକ, ତଥା ରକ୍ତଦାନ ସେବା ଶିବିର ର ବରିଷ୍ଠ ସଦସ୍ୟ ଏବଂ ଗୋପବନ୍ଧୁ ଯୁବ ସଂଗଠନ ର ମୁଖ୍ୟ ସଦସ୍ୟ ଆଦିତ୍ୟ କୁମାର ରାଉତ ଯୋଗଦେଇ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ l ଓଡିଶା କ୍ରିକେଟ ଆସୋସିଏସନ ର ୨ ବରିଷ୍ଠ ଅମ୍ପେୟାର ନିର୍ମଳ କୁମାର ମିଶ୍ର ଏବଂ ଅୟେସ କାନ୍ତ ମିଶ୍ର ପରିଚାଳନା କରିଥବାବେକେ ମଙ୍ଗଳା କ୍ରିକେଟ କ୍ଳବ ର ଉପଦେଷ୍ଟା ଅଞ୍ଜନ କୁମାର ଦୀକ୍ଷିତ, ଭବାନୀ ବେହେରା ଧାରବିବରଣୀ ପ୍ରଦାନ କରିଥିଲେ l ଆୟୋଜକ କ୍ଲବର ସମ୍ପାଦକ ଶୁଭ୍ରାଂଶୁ ଦୀକ୍ଷିତ, କୋଷାଧକ୍ଷ ଇଂ ସୂର୍ଯ୍ୟକାନ୍ତ ଦୀକ୍ଷିତ, ଶ୍ୟାମସୁନ୍ଦର ରଣା, ସୁଶାନ୍ତ ଦାଶ, ସଞ୍ଜୟ ସାମଲ, କୁନାଲ ଦାସ, ପିଚ କ୍ଯୁରେଟର ଧିରେନ ଚାନ୍ଦ ପ୍ରମୁଖ ସହଯୋଗ କରିଥିଲେ l