
ସତ୍ୟବାଦୀରେ ଆନ୍ତର୍ଜାତୀୟ ଦିଵ୍ୟାଙ୍ଗ ଦିଵସ ପାଳିତ।
ଶ୍ରୀନୃସିଂହ ଦେବ ଆଞ୍ଚଳିକ ଯୁବ ପରିଷଦ ଓ ଟେକ ମହିନ୍ଦ୍ରା ମିଳିତ ଆନୂକୁଲ୍ୟରେ ସ୍ଥାନୀୟ ଦେଵରାଜ ମଣ୍ଡପ ରେ ଶନିବାର ଆନ୍ତର୍ଜାତୀୟ ଦିଵ୍ୟାଙ୍ଗ ଦିଵସ ପାଳିତ ହୋଇଯାଇଛି। ଦିଵ୍ୟାଙ୍ଗ ବାଳିକା ବାଳକ ଓ ସେମାନଙ୍କ ଅଭିଭାବକ ମାନଙ୍କୁ ସଚେତନତା ଓ ଉତ୍ସାହିତ କରିବା ପାଇଁ ଆୟୋଜିତ ଏହି ଉତ୍ସବ ମୁଖ୍ୟ ଅତିଥି ଭାବରେ ସତ୍ୟଵାଦୀ ଏବିଡିଓ ଅରକ୍ଷିତ ପ୍ରଧାନ ଯୋଗଦେଇ ଦିଵ୍ୟାଙ୍ଗ ମାନଙ୍କୁ କୌଣସି କ୍ଷେତ୍ରରେ ଅବହେଳା କରିବା ଅପରାଧ ବୋଲି କହିଥିଲେ। ସେହିପରି ଜଗତର ନାଥ ଜଗନ୍ନାଥ ଦିଵ୍ୟାଙ୍ଗ ହୋଇ ମଧ୍ୟ ବିଶ୍ବ ନିୟନ୍ତା। ସଭିଏଁ ତାଙ୍କର ପୂଜା କରୁଛେ। ଏଣୁ ଦିଵ୍ୟାଙ୍ଗ ମାନଙ୍କ ପ୍ରତି ସମସ୍ତଙ୍କର ଆନ୍ତରିକତା ଜରୁରୀ ଵୋଲି ସମ୍ମାନିତ ଅତିଥି ଜିଲ୍ଲା ଶିଶୁ ସୁରକ୍ଷା କମିଟି ଅଧ୍ୟକ୍ଷ ଆଡ଼ଭୋକେଟ ମହାଵୀର ରୁଦ୍ର ନାରାୟଣ ସାହୁ କହିଥିଲେ। ମୁଖ୍ୟବକ୍ତା ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଦିଵ୍ୟାଙ୍ଗ ଶିଶୁ ମାନେ ସମାଜର ମୁଖ୍ୟସ୍ରୋତରେ କିପରି ସାମିଲ ହୋଇ ଆଗକୁ ବଢିଵେ ଉପସ୍ଥିତ ଅଧିକାରୀ, ଅନୁଷ୍ଠାନ ଓ ଅଭିଭାବକ ମାନେ ଉଦ୍ୟମ ଜାରି ରଖିଵାକୁ ଆହ୍ଵାନ ଦେଇଥିଲେ। ସଭାପତିତ୍ଵ କରିଥିଲେ ଯୁବ ପରିଷଦର ଉପ ସଭାପତି ରବିନ୍ଦ୍ର ତ୍ରିପାଠୀ ଓ ସମ୍ପାଦକ ମମତା ମିଶ୍ର ବିବରଣୀ ପାଠ କରିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମୋନିକା ଦାସ, ସହ ଅଧିକାରୀ ରାଜଶ୍ରୀ ମହାନ୍ତି, ଶ୍ରଦ୍ଧା ଫାଉଣ୍ଡେସନ ର ସମ୍ପାଦକ ପ୍ରଭାତ ଚନ୍ଦ୍ର ସାମନ୍ତରାୟ ଯୋଗ ଦେଇଥିଲେ। ଦିବ୍ୟାଙ୍ଗ ବାଳିକା ବାଳକ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଵେଷଣ କରାଯାଇଥିଲା। ଵିଭିନ୍ନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ଦିଵ୍ୟାଙ୍ଗ ମାନଙ୍କୁ ଅତିଥି ମାନେ ପୁରଷ୍କାର ଵିତରଣ କରିଥିଲେ। ମୋନାଲିସା ମହାପାତ୍ର ଓ ସହକର୍ମୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।