ଇଂଲଣ୍ଡର ବାଥ୍ ସହରରେ ଥିବା ଜଗନ୍ନାଥ ମନ୍ଦିର ରେ ପବିତ୍ର ଦେବାସ୍ନାନ ପୂର୍ଣ୍ଣିମା ପାଳିତ
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଇଂଲଣ୍ଡର ସିଟି ଅଫ୍ ବାଥ୍ ଶ୍ରୀଜଗନ୍ନାଥ ମନ୍ଦିର ହୋଇଥିଲା ଚଳଚଞ୍ଚଳ । ସକାଳୁ ସକାଳୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁ ଙ୍କ ସହ ଜୟ ଜଗନ୍ନାଥ ଧ୍ଵନିରେ ଗୁଂଜରିତ ହୋଇଥିଲା । ମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଆଳତୀ, ପୁଷ୍ପାଞ୍ଜଳୀ ପରେ ନୂଆ ବସ୍ତ୍ର ପରିଧାନ କରାଯାଇଥିଲା । ଏହାପରେ ୧୦୮ ମାଟି କୁମ୍ଭରେ ଥିବା ସୁବାସିତ ଜଳକୁ ଲାଗି କରାଯାଇଥିଲା । ଜଳଲାଗି ପରେ ଶ୍ରୀବିଗ୍ରହମାନଙ୍କୁ ଗଜାନନ ବେଶରେ ସୁସଜ୍ଜିତ କରାଯାଇଥିଲା । ଭକ୍ତମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଭୋଗ କରିଥିଲେ । ଏହି ଅବସରରେ ମନ୍ଦିର ପରିସର ମନୋରମ ଭାବେ ସଜ୍ଜା ଯାଇଥିଲା।। ମନ୍ଦିର ଟ୍ରଷ୍ଟ ପକ୍ଷରୁ ଭକ୍ତଙ୍କ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି । ଏହି ଅବସରରେ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜଗନ୍ନାଥଙ୍କ ଭଜନ ସହ ନୃତ୍ୟ ସଂଗୀତ ଉପସ୍ତ୍ରିତ ଭକ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥଲା । ଦୁଇ ଶହରୁ ଉର୍ଦ୍ଧ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ମହାପ୍ରଭୁ ଏହି ଉତ୍ସବରେ ବିଦେଶୀ ଭକ୍ତ ମାନେ ଯୋଗଦେଇ ବେଶ ଆନନ୍ଦିତ ହୋଇଥିଲେ। ଏହି ପରି ହିନ୍ଦୁ ଉତ୍ସବ ଓ ପାରଂପରିକ ପର୍ବପର୍ବାଣୀରେ ସ୍ଥାନୀୟ ପ୍ରବାସୀ ଭାରତୀୟମାନେ ଯୋଗଦେଇ ବେଶ ଉତ୍ସାହିତ ହୋଇଛନ୍ତି । କାର୍ଯ୍ୟକ୍ରମକୁ ଶ୍ରୀଜଗନ୍ନାଥ ମନ୍ଦିର, ସିଟି ଅଫ୍ ବାଥ୍ର ଟ୍ରଷ୍ଟି ସେବକ ସୁସ୍ମିତା ରାଜହଂସ ପରିଚାଳନା କରିଥିଲେ । ଶ୍ରୀଜଗନ୍ନାଥ ଧର୍ମ ଓ ସଂସ୍ୟତି ପ୍ରଚାର ପ୍ରସାର ମୁଖ୍ଯ ଉଦ୍ଦେଶ୍ଯ ବୋଲି ସେ ଏହି କାର୍ଯ୍ୟକ୍ରମକୁ ନେଇ ମତ ରଖିଛନ୍ତି। ଆସନ୍ତା ପବିତ୍ର ରଥଯାତ୍ରା ଦିନ ଇଂଲଣ୍ଡରେ ଥିବା ସମସ୍ତ ଶ୍ରଦ୍ଧାଳୁ, ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ଯୋଗଦାନ ନିମନ୍ତେ ଜଗନ୍ନାଥ ମନ୍ଦିର ପକ୍ଷରୁ ନିବେଦନ କରିଛନ୍ତି । ବାଥ୍ ଥିବା ଜଗନ୍ନାଥ ମନ୍ଦିରରେ ବାର ମାସରେ ତେର ଯାତ୍ରା ପାଳିତ ହେବା ସହ ପ୍ରତିଦିନ ସମସ୍ତ ଶ୍ରଦ୍ଧାଳୁଙ୍କ ନିଶୁଳ୍କ ଅନ୍ନଦାନ ସେବା କରାଯାଉଛି । ଇଂଲଣ୍ଡ ସିଟି ଅଫ ବାଥ୍ ରୁ ରିପୋର୍ଟ ..